A2Z सभी खबर सभी जिले कीअन्य खबरे

*ଆକସ୍ମିକ ଭାବେ ଜିଲ୍ଲାପାଳଙ୍କ ବିଭିନ୍ନ ଚାଉଳ ଗୋଦାମ ପରିଦର୍ଶନ*

-ସମୟ ସୀମା ମଧ୍ୟରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ସାରିବାକୁ ନିର୍ଦ୍ଦେଶ

IMG 20260820 WA0130 IMG 20260820 WA0129 IMG 20260820 WA0127 IMG 20260820 WA0126 IMG 20260820 WA0125

IMG 20260820 WA0116 IMG 20260820 WA0118

 

*ଝାରସୁଗୁଡ଼ା, ୨୦/୦୮:* ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ବଡ଼ମାଲସ୍ଥିତ ଓଡ଼ିଶା ରାଜ୍ୟ ୱେୟାରହାଉସିଂ କର୍ପୋରେସନ ଚାଉଳ ଗୋଦାମ ଏବଂ ବମ୍ବେ ଛକ ନିକଟସ୍ଥ ଭାରତୀୟ ଖାଦ୍ୟ ନିଗମ ଗୋଦାମକୁ ଅଚାନକ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଗୋଦାମଗୁଡ଼ିକରେ ଖାଦ୍ୟଶସ୍ୟର ମହଜୁଦ ସ୍ଥିତି, ରକ୍ଷଣାବେକ୍ଷଣ ତଥା ଯୋଗାଣ ପ୍ରକ୍ରିୟାର ସବିଶେଷ ସମୀକ୍ଷା କରିଥିଲେ। ପରିଦର୍ଶନ କାଳରେ ଜିଲ୍ଲାପାଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ଜୁଲାଇ ଓ ଅଗଷ୍ଟ ମାସ ପାଇଁ ଧାର୍ଯ୍ୟ ହୋଇଥିବା ଚାଉଳ ଉଠାଣ ଏବଂ ବଣ୍ଟନ ପ୍ରକ୍ରିୟାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ଉପଯୁକ୍ତ ସମୟରେ ଚାଉଳ ପାଇବାରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ସେ ତାଗିଦ୍ କରିଥିଲେ। ଏଥିସହ ନିୟମ ଉଲ୍ଲଂଘନ କିମ୍ବା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପୀତାମ୍ବର ସେଠୀ, ପ୍ରୋକ୍ୟୁରମେଣ୍ଟ ଇନ୍ସପେକ୍ଟର, ଏଲ୍-୨ ପରିବହନ ଠିକାଦାର ଏବଂ ସମ୍ପୃକ୍ତ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

 

[yop_poll id="10"]
Show More
Back to top button
error: Content is protected !!